ହେ ରାକ୍ଷୀ

ହେ ରାକ୍ଷୀ  ହେ ରାକ୍ଷୀ ହେ ରାକ୍ଷୀ
              ତୁମେ ତ ପବିତ୍ର ବନ୍ଧନର ଖିଅ
କାହିଁ କେତେ ଆଦିମ କାଳରୁ
             ଛୁଟାଇଛ ସଂସାରେ ଉତ୍ସାହ ଆନନ୍ଦର ସୁଅ।

ତୁମ ନାମ ଶୁଣିଲେ ମନେ ପଡ଼ିଯାଏ
           ଭାଇ ଭଉଣୀଙ୍କ ଅତୁଟ ସ୍ନେହର ସଂପର୍କ
ଯେତେ ଦୁରେ ଥିଲେ ବି ଭାଇ
           ସୁଙ୍ଘିପାରେ ଭଉଣୀ ରାକ୍ଷୀର ମହକ। 

ହେ ରାକ୍ଷୀ ତୁମ ଏ ବର୍ଷ ଉତ୍ସବେ
       ଅଭିନନ୍ଦନ ଜଣାଉଛି ସଭିଙ୍କୁ ମୁଁ ଦୟାନିଧି
ପ୍ରତିବର୍ଷ ପରି ଏ ବର୍ଷ ବି ଆଣିଦିଅ
               ସ୍ନେହ ଶ୍ରଦ୍ଧା କ୍ଷମା ସୁଖ ଓ ସମୃଦ୍ଧି। 

ମୁଁ ଜାଣେ ହେ ରାକ୍ଷୀ
            ତୁମ ଅନ୍ତର୍ମନର ଭାବନା
ତୁମ କିଣାରେ ଭିଡ ନ ହେଉ ଯେମିତି
         ସଂସାର ମୁକ୍ତ ରହୁ ହଟିଯାଉ କରୋନା। 

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ  ବିସ୍ତାର କରିଚାଲ ତୁମେ
          ତୁମ ପବିିତ୍ର ସଂପର୍କର ଡୋରୀ
ସେ ସଂପର୍କ ଡୋରୀରେ ବାନ୍ଧିଦିଅ ତୁମେ ଗୋ
     ପ୍ରେମ ବଞ୍ଚି ରହୁ କ୍ରୋଧ ଅପରାଧ ଯାଉ ମରି। 

ହେ ରାକ୍ଷୀ ତୁମ ଉତ୍ସବେ ତୁମକୁ ଅଭିନନ୍ଦନ
                                    ଜଣାଉଛି ମୁଁ ଦୟାନିଧି
କରିଯାଅ ତୁମେ ଶୁଭକାମନା
        ଏ ସଂସାର ହେଉ ଶୀଘ୍ର କରୋନା ମୁକ୍ତି। 
            
         🤗🤗🤗  ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା

Published by Dayanidhi Bagartee

I am Dayanidhi Bagartee.I am a Botany lecturer.I also write poems and lyrics.

2 thoughts on “ହେ ରାକ୍ଷୀ

Leave a reply to Dayanidhi Bagartee Cancel reply

Design a site like this with WordPress.com
Get started