ଅଜବ ମଣିଷ

ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲା
ବଗି ଭିତରେ ଗଲି ପଶି,
ଏପଟେ ସେପଟେ କାହା ଆଖି
କିଏ ଫୋନ୍ରେ ଯାଉଛି ଗପି
ତ ଆଉ କିଏ କାଶୁଛିି ବସି |

କିନ୍ନର ଆସିଲା ଖାଲି ତାଳି ବଜାଇଲା
କିଏ ପାଞ୍ଚ କିଏ ଦଶ ଦେଲା
କିନ୍ନର ହାତେ ପଇସା ଗଲା ବରଷି,
ନାରୀଠୁ ଅଧିକ ସଜେଇ ହୋଇ
ଚୁମ୍ବକୀୟ କଥା ଓଠରେ କହି
ବହେ ପଇସା ନେଇଗଲା ହସି |

ଏ ତ ଆମ ମଣିଷ ଭାଇ
କେବେ ଜମା ସୁଧୁରିବ ନାହିଁ,
କୋଉଠି ପାନଛେପ ତ କୋଉଠି ବାଦାମ ଚୋପା
ବଗି ଭିତରେ ଦେଲେ ପକେଇ |

ସେତ ଅଜଣା ଯାଯାବର ପିଲାଟିଏ
ଝାଡ଼ୁଟେ ଧରି ବଗି ସଫା କରୁଥାଏ,
ସଫା ସରିଲା ଲୋକଙ୍କୁ ହାତ ବଢେଇଲା
କିଛି ମିଳିଯିବ ନିରୀହ ଆଖି ତାର ଆଶା ବାନ୍ଧିଥାଏ |

ଧିକ୍ରେ ମଣିଷ ଜୀବନ
ଟଙ୍କାଟେ ଦେବାକୁ ନାହିଁ କାହାର ମନ
କିନ୍ନରକୁ ସିନା ଦାନ
ପିଲା ବେଳକୁ ଖୁଚୁରା ନାହିଁ କହିଲେ ଜାଣ ା|

ଲଜ୍ଜ୍ୟା ଲାଗୁନାହିଁ ମଣିଷ ବୋଲାଇବାକୁ
ଟଙ୍କାଟେ ବାହାରୁନି ସାହାଯ୍ୟ କରିବାକୁ,
ଶହ ଶହ ଟଙ୍କା ପକେଟରୁ ବାହାରୁଛି
ମଦ ମାଂସ ପାନ ଗୁଟ୍ଖା ଖାଇବାକୁ |

କଣ ହେବ ଏତିକି ଧନ
ଯଦି ଗରିବ ଅଟଇ ମନ,
କେବେ ଖୁସି ନାହିଁ ସେ ଜୀବନେ
ଯେଉଁଠି ନାହିଁ ଦୟା,କ୍ଷମା ଓ ସହାୟତାର ଗୁଣ |

ନାରୀ ସେ ତ ନାରାୟଣୀ

ନାରୀ ସେ ଅଟଇ ମାନବ ରୂପୀ ନାରାୟଣୀ
କେବେ ଝିଅ କେବେ ଭଗିନୀ କେବେ ସେ ସ୍ନେହମୟୀ ଜନନୀ l
ନାରୀ ହିଁ ତ ଧୈର୍ଯ୍ୟର ସୀମାହୀନ ସାଗର
ଉପସ୍ଥିତେ ଯା’ର ସଂସାର ସ୍ଥିତ ତୁଳନା ନାହିଁ ତାହାର ା
ସେ ହିଁ ତ ମାଁ ସ୍ନେହମୟୀ ଠାକୁରାଣୀ
ଭାଷା କାହିଁ ବର୍ଣିବାକୁ ତା’ର ମମତାର କାହାଣୀ ା
ଗର୍ଭରୁ ଯା’ର ସାରା ସଂସାର ହୋଇଛି ଜାତ
ତାହାରି ଲାଗି ହିଁ ତ ବଞ୍ଚି ରହିଛି ମାନ ଓ ମହତ ା
ଝିଅ ରୂପେ ସିଏ ମହକାଇ ଦିଏ ବାପ ଘର
ଝିଅ ରୂପେ ଲକ୍ଷ୍ମୀ ପାଇ ଖୁସି କହିଲେ ନ ସରେ ବାପ ମାଆର ା
ଝିଅ ସେତ ଅଳି ଅଳି ଚାନ୍ଦ ମୂହେଁ ହସ ଖିଲି ଖିଲି
ସତ ଚେଷ୍ଟା କରେ ସଂସାରେ ହସ ଟିକେ ବୁଣିବ ବୋଲି ା
ଦୂହିତା ସେ ତ ଦୁଇ କୂଳକୁ ହିତା
ବାନ୍ଧିଥାଏ ସଂସାରେ ନବ ସଂପର୍କର ସୂତା
ଝିଅରୁ ବୋହୂ ହୋଇ ଯାଏ ଶାଶୂଘର
ସବୁ ପରିସ୍ଥିତେ ଭିଡି଼ ଅଣ୍ଟା ବନାଏ ସୁନାର ସଂସାର ା
ହେ ମାନବ ଏତିକି ଅନୁରୋଧ ରଖ ଦୟାନିଧି ର
ସମ୍ମାନ ଦିଅ ନାରୀ ଜାତିକୁ କେବେ ଭ୍ରୂଣ ହତ୍ୟା ନ କର ା
ଦୟାନିଧି ବଗର୍ତ୍ତୀ
ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ

ଶିଖାଇଲା କରୋନା

ଏଇ ତ ମହାମାରୀ କରୋନା
      ଯା’ଠୁ କେତେ ଶିକ୍ଷା ଶିଖୁଛି ଏ ଦୁନିଆ
ଭାରତ ଜାପାନ୍ ନା କେନିଆ
       ଆଉ ମଧ୍ୟ ଶିଖୁଛି ତା ବାପା ଚାଇନା   ା

ଆଧୁନିକ ଯୁଗର ମଣିଷ
                    ଏତେ ଯେ ବ୍ୟସ୍ତ ବିବ୍ରତ
ନିଜ ଚେହେରା ଟିକେ ଦେଖିବାକୁ
                ଆଇନା  ବି  ଧରିପାରୁନି ତ     ା

କରୋନା ଆସିଲା କରୋନା  ଆସିଲା 
          ଗୋଡ଼  ହାତ ମୁଁହ ଧୋଇବା  ଶିଖାଇଲା
ଅତର  ପାଉଡର୍  ଧରିବା  ଛାଡ଼ି
     ପକେଟେ ସାନିଟାଇଜର୍  ଧରିବା  ମଣିଷ ଶିଖିଲା    ା

କି ସ୍ଟାଇଲି  କି ଫେସନ
                           ଦୁନିଆ  ଦେଖୁଥିଲା  ଚନ୍ଦ୍ର ବଦନ
ଫ୍ୟାକ୍ଟ୍ରି  ଆଉ ସିଗାରେଟ୍  ଧୂଆଁ ତ ଛାଡ଼
      ଦୁର୍ଗନ୍ଧ ଆଉ  ଧୂଳିକଣାକୁ ନାକ ଟାଣୁଥିଲା  ଘନଘନ   ା

ମୁହେଁ  ମାସ୍କ  ପିନ୍ଧିବା  ମଣିଷ ଶିଖିଲା
            ଧୂଳିକଣା  ଧୂଆଁ  କରୋନାରୁ  ବର୍ତ୍ତିଲା
କରୋନା ଆସିଲା  କରୋନା  ଆସିଲା
             ସଚେତନ  ହେବାର  ଇଙ୍ଗତ କଲା      ା

ହେ  ଭାଇଭଉଣୀ 
                          ଆସ ସଚେତନ ହବା
ମାସ୍କ ସାନିଟାଇଜର୍   ବ୍ୟବହାର କରି
                    କରୋନା  ଧୂଆଁ ଧୂଳିକଣାରୁ  ବଞ୍ଚିବା   ା

ଦୟାନିଧି ବଗର୍ତ୍ତୀ

ଲେଖକ ଓ ସମ୍ପାଦକ

ହେ ବନ୍ଧୁ

ମନେପଡେ ଆଜିବି  ସେ ଦିନ
         ବନ୍ଧୁ ମେଳରେ ଆକାଶେ ଉଡୁଥିଲା ମନ
କେତେ ଖୁସି ଗପ  କେତେ ଥଟ୍ଟା ମଜା
       ଅସମ୍ଭବ କଥାକୁ ବି ଭାବି ଦେଖୁଥିଲେ ଦିବାସ୍ୱପ୍ନ   ା

କେତେବେଳେ ଚା ଖଟି  କେତେବେଳେ ସିନେମା
           ତ କେତେବେଳେ ହନୁମାନ୍ ବାଟିକା ଭ୍ରମଣ
ସମ୍ପର୍କ ଥିଲା ହ୍ରୁଦୟର ଏତେ ଗଭୀର
          କିଏ କହୁଥିଲା ତୁମେ ରାମ ହେଲେ ମୁ଼ଁ ଲଖ୍ମଣ  ା

ମନେପଡେ ଆଜିବି କଲେଜ୍ ଛକର
            ସେଇ ରାମୁଭାଇ  ଗୁପ୍ ଚୁପ୍ ବାଲା
କାହାରି ପକେଟେ ପଇସା ନ ଥାଇ
ବାରବାର ଗୁପ୍ ଚୁପ୍ ଖାଇ
           କହୁଥିଲେ ରାମୁଭାଇ ଆଜିର ବାକି ରହିଲା   ା

ତୁମେମାନେ ସେଠି ମୁଁ ଏଠି
                    ପାଞ୍ଚଶହ କିଲୋମିଟର୍ ଦୂରରେ
ଫୋନ୍ ରେ କଥା ହେଲେବି ଯେତେ ମନ ବୁଝେନା
       କଣ କରିବା କାହାକୁ କହିବା
ଏମିତି ବିତେଇବାକୁ ହେବ ଜୀବନ
                   ଏଇ ଲକ୍ ଡାଉନ୍ ପରିସ୍ଥିତିରେ      ା

Design a site like this with WordPress.com
Get started