ଭ୍ରାତୃତ୍ବ ଭାବନା

ଏକ ନଭ ତଳେ ହୃଦୟ ଧାରୀ ଆମେ
                            ସହୃଦୟେ ଜୀବନ ବିତେଇବା,
ଭିନ୍ନ ମା ଗର୍ଭୁ ହେଲେହେଁ ଜାତ
                            ସର୍ବତ୍ର ଭ୍ରାତୃତ୍ଵ ଜ୍ୟୋତି ଜଳେଇବା  ।
ଏଇ ଧରା ହିଁ ତ ମାଆ
                             ଆମେ ସଭିଏଁ ତାରି ଛୁଆ
ପ୍ରତି ହୃଦ୍ ସ୍ପନ୍ଦନେ ଲାଗିଥାଉ
                              ସଦା ଭ୍ରାତୃତ୍ଵ ଭାବର ନିଆଁ ।
ଲାଭ କ୍ଷତିର ହିସାବ ତ
                              ଖାଲି ଚାଲିଅଛି ଏଇଠି
ସେବା ମନୋଭାବ ପରୋପକାର
                          କୁହ ଦେଖିବାକୁ ମିଳୁଛି କେଉଁଠି  ।
ଗର୍ବ ଅହଙ୍କାର ପୁଣି ହିଂସା
                            ସର୍ବତ୍ର ଲୋଭ ମୋହ ଆଉ ମାୟା,
ଦୁଃଖ ସମୟେ କାହାରି ପାଖେ
                                କୁହ କିଏ ହେଉଛି କି ଠିଆ  ।
ଶୁଭୁଛି ଖାଲି ଏଟା ତୋର ସେଟା ମୋର
                                  କାହିଁ ସେ ବିଶ୍ଵ ଭ୍ରାତୃତ୍ଵ ଭାବନା,
କେବେ ଏ ମଣିଷ ମଣିଷ ହେବ
                      କରି ପାରିବ କିଏ ତାର ପରିକଳ୍ପନା ।
ଆସ ବନ୍ଧୁ ଆମେ ସଭିଁଏ
                      ଜୀବନର ସଦ୍ଭାବନାକୁ ଜାଗ୍ରତ କରିବା,
ବସୁଧୈବ କୁଟୁମ୍ବକମ୍ ମନ୍ତ୍ରକୁ
                            ପ୍ରତିଟି ହୃଦୟରେ ସ୍ଥାନ ଦେବା  ।

ଦୟାନିଧି ବଗର୍ତ୍ତୀ

ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର, ବରଗଡ଼

Published by Dayanidhi Bagartee

I am Dayanidhi Bagartee.I am a Botany lecturer.I also write poems and lyrics.

Leave a comment

Design a site like this with WordPress.com
Get started