ସତରେ କ’ଣ ଏ ସ୍ଵାଧୀନ ଭାରତ

ସତରେ କ’ଣ ଏ ସ୍ଵାଧୀନ ଭାରତ
               ବ୍ରିଟିଶ୍ ମୋ ଭୂମି ଛାଡ଼ିଲା
               ସତସ୍ତରି ବର୍ଷ ଯେ ବିତିଲା
        ସ୍ବାଧୀନତାର ସ୍ଵାଦ କିଏ ଚାଖିଚି କୁହତ
       ସତରେ କ’ଣ ଏ ସ୍ଵାଧୀନ ଭାରତ   ।
କଣ ସ୍ଵାଧୀନତା ଏକ ଅଭିନୟ ମାତ୍ର
                ଯେଉଁଠି ମିଳିବନି ଉଚିତ୍ ନ୍ୟାୟ
                 ସବୁଠି ବିଦ୍ୟମାନ ଦୁର୍ନୀତି ପ୍ରାୟ
       କଣ ଇଏ ଗାନ୍ଧୀଙ୍କ ରାମରାଜ୍ୟ ଭାରତ
          ସତରେ କ’ଣ ଏ ସ୍ବାଧୀନ ଭାରତ   ।
କୁହ କେତେଦିନ ଆଉ ଏ ଦେଶ ଦେଖିବ
                  ନିରୀହ ଗରିବର ସେ ଦାରିଦ୍ର୍ୟତା
                  କୁହ କୁଆଡେ଼ ଗଲା ସେ ସମାନତା
        କେମିତି କହିବି ମୁଁ ଏଯେ ନବ ଭାରତ
         ସତରେ କ’ଣ ଏ ସ୍ବାଧୀନ ଭାରତ     ।
ପ୍ରଗତି ନାଁରେ ଆଉ କେତେ ପ୍ରହସନ
                     ଅଗମ୍ୟ ଗାଁରେ କାହିଁ ବିଜୁଳି କି ପକ୍କା ସଡ଼କ
                     ଏଠି ସେଠି ମାଳମାଳ ଖାଲି ମିଛ ଫଳକ
             କୁହ କ’ଣ ଏ ମୋ ଉନ୍ନତ ଭାରତ
             ସତରେ କ’ଣ ଏ ସ୍ଵାଧୀନ ଭାରତ   ।
କେବେ ହେବ ସେ ସୁନାର ଭାରତ
                       ଥିବ ଯେଉଁଠି ନବ ଆଶାର ଆଲୋକ
                       ବ୍ୟାପିବ ସର୍ବତ୍ର ସତ ପ୍ରଗତିର ମହକ
              ତେବେ ତ ଦୟାନିଧି କହିବ
               ଇଏ ମୋ ସ୍ଵାଧୀନ ଭାରତ
              ହଁ ହଁ ଇଏ ମୋ ସ୍ଵାଧୀନ ଭାରତ  ।
                     ***🙏🙏🙏***

Published by Dayanidhi Bagartee

I am Dayanidhi Bagartee.I am a Botany lecturer.I also write poems and lyrics.

Leave a comment

Design a site like this with WordPress.com
Get started