ବନ୍ଧୁ ଶବ୍ଦଟିଏ ଏତ ବିଶ୍ଵାସର
ବନ୍ଧୁ ଶବ୍ଦଟିଏ ଏତ ଶୁଦ୍ଧ ସଂପର୍କର
ସ୍ୱାର୍ଥପର ପ୍ରେମଠୁ ବଳିକି ପବିତ୍ର ବନ୍ଧୁତ୍ବ
ଯା’ ପାଖେ ଅଛି ପ୍ରକୃତ ଧନୀ ସିଏତ
ବନ୍ଧୁ ସେତ ଶବ୍ଦଟିଏ ଆଶା ଓ ଭରସାର l
ଜନ୍ମ ସିନା ନିର୍ଣ୍ଣୟ କରିନିଏ
ବାପା କିଏ ମାଆ କିଏ ପୁଣି ଭାଇ କିଏ
ଜୀବନେ ବନ୍ଧୁ ହୋଇଯାଏ କିଏ ଜଣେ ଅଜଣା
ଦେବାକୁ ପଡେନି ଲାଞ୍ଚର ଖଜଣା
ଯିଏ ଭାବରେ ଭାବରେ ବନ୍ଧା ହୁଏ
ହଁ ସେ ହିଁ ତ ବହୁମୂଲ୍ୟ ବନ୍ଧୁଟିଏ l
ଏ ଦୁନିଆ ଜାଣିଛି
କୃଷ୍ଣ ସୁଦାମାଙ୍କ ପବିତ୍ର ବନ୍ଧୁତ୍ବ
ଜଣେ ଥିଲା ଆରେକର ପରିପୂରକ
ଜଣେ ରାଜକୁମାର ତ ଅନ୍ୟ ଜଣେ ଗରିବ
ତଥାପି ଥିଲା ଉଚ୍ଚ କୋଟୀର ସେ ସମ୍ପର୍କ
ହଁ ସେ ହିଁ ତ ନିଃସ୍ଵାର୍ଥ ବନ୍ଧୁତ୍ବ,ଯୁଗ ଯୁଗ ପାଇଁ ଦୃଷ୍ଟାନ୍ତ l
ଜୀବନ ପଥେ ଚାଲୁ ଚାଲୁ
କେତେ ଯେ ଚେହେରା ଦେଖା ହୁଏ
କିଏ ମୁଁହ ମୋଡ଼ି ଚାଲିଯାଏ
ତ କିଏ ଯାଏ ହାତ ଛାଡ଼ି
ହେଲେ ପ୍ରକୃତ ବନ୍ଧୁ ତ ସିଏ
ଯିଏ ବିନା ଲୋଭେ ନିଜର ହୋଇ ରହେ l
ଦୟାନିଧି ବଗର୍ତ୍ତୀ
ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ
ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର