ରାମ ରାମ ରାମ
ହୋଇପାରେ ଖାଲି ଦୁଇ ଅକ୍ଷରର ନାମ,
ଜପିଲେ ସେ ରାମ ନାମ
ହୃଦୟେ ହୁଅଇ ଶାନ୍ତିର ଆଗମନ l
ସେ ହରି ଚକ୍ରଧାରୀ
ମାନବ ରୂପେ ଅବତରିଲେ,
ସତ୍ୟ ଧର୍ମ ନ୍ୟାୟର ପଥ
ଏ ଦୁନିଆକୁ ଶିଖାଇଗଲେ l
ପାଳିବାକୁ ପିତୃ ସତ୍ୟ
କେତେ ଯେ କଷ୍ଟ ସହିଗଲେ
ପୁଣି ନିଷ୍ପାପ ଭ୍ରାତୃତ୍ୱ ଓ ବନ୍ଧୁତ୍ୱ
ଏ ଜଗତକୁ ଦେଖାଇଗଲେ l
ଧନ୍ୟ ଏ ଭାରତ ଭୂମି
ଯହିଁ ପ୍ରଭୁ ରାମଙ୍କ ଜନମ,
ପ୍ରତି ଧୂଳିକଣା ଗାଏ ଏଠି
ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ l
ତବ ପାଦ ପଦ୍ମେ କୋଟି ପ୍ରଣାମ
ଶୁଣ ହେ ରାମ ଡାକ
ଦୟାନିଧି ମାଗଇ ହେ ପ୍ରଭୁ
ସଂସାର ଲାଗି ଟିକିଏ ସୁଖ l
ଦୟାନିଧି ବଗର୍ତ୍ତୀ
ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ
ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର