ହେ ମାଆ

ମାଆ କୋଳ ହିଁ ତ
                          ସରଗ ଅଟଇ ଛୁଆ ପାଇଁ,
ମାଆର ଅମୂଲ୍ୟ ସ୍ନେହ ତ
                           କୋଟି ଟଙ୍କା ବଦଳେ ମିଳଇ ନାହିଁ      |

ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ
                             ସେ ହିଁ ତ ଅଟଇ ମାଆ
ସନ୍ତାନ ଲାଗି ତା’ ପଣତ କାନି
                       ସଦା ସର୍ବଦା ହୁଅଇ ସାହା                |

ବଡ଼ ହେଲେ ଯେତେ ହେଉ ପଛେ
                           ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,
ମାଆ ଅଟଇ ପରା ସ୍ନେହର ଭଣ୍ଡାର
                         ତାହାରି ଜୀବନ ତ ଛୁଆର ସୁରକ୍ଷା ପାଇଁ    |

ନିଜେ ନ ଖାଇ  ଛୁଆ ପେଟ ଭରିଦିଏ
                               ସେ ହିଁ ତ ଜନମ ଦାୟିନୀ ମାଆ,
ମାଆ ଡାକେ ଯା’ର ପେଟ ଭରିଯାଏ
                         ଅଟଇ ସିଏ ତ କୃପାମୟୀ ମାଆ       |

ହେ ମାଆ ମୋର ସବୁ ଜନ୍ମେ ତୋର
                               ଜନମିବି ହୋଇ ତୋରି ଛୁଆ
କୋଟି ନମସ୍କାର ଘେନ ଗୋ ଜନନୀ ମୋର
                             ହାତ ଧରି ମୋର ଦେଖାଉ ଥିବୁ ରାହା    |

Published by Dayanidhi Bagartee

I am Dayanidhi Bagartee.I am a Botany lecturer.I also write poems and lyrics.

Leave a comment

Design a site like this with WordPress.com
Get started