ଅଜବ ମଣିଷ

ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲା
ବଗି ଭିତରେ ଗଲି ପଶି,
ଏପଟେ ସେପଟେ କାହା ଆଖି
କିଏ ଫୋନ୍ରେ ଯାଉଛି ଗପି
ତ ଆଉ କିଏ କାଶୁଛିି ବସି |

କିନ୍ନର ଆସିଲା ଖାଲି ତାଳି ବଜାଇଲା
କିଏ ପାଞ୍ଚ କିଏ ଦଶ ଦେଲା
କିନ୍ନର ହାତେ ପଇସା ଗଲା ବରଷି,
ନାରୀଠୁ ଅଧିକ ସଜେଇ ହୋଇ
ଚୁମ୍ବକୀୟ କଥା ଓଠରେ କହି
ବହେ ପଇସା ନେଇଗଲା ହସି |

ଏ ତ ଆମ ମଣିଷ ଭାଇ
କେବେ ଜମା ସୁଧୁରିବ ନାହିଁ,
କୋଉଠି ପାନଛେପ ତ କୋଉଠି ବାଦାମ ଚୋପା
ବଗି ଭିତରେ ଦେଲେ ପକେଇ |

ସେତ ଅଜଣା ଯାଯାବର ପିଲାଟିଏ
ଝାଡ଼ୁଟେ ଧରି ବଗି ସଫା କରୁଥାଏ,
ସଫା ସରିଲା ଲୋକଙ୍କୁ ହାତ ବଢେଇଲା
କିଛି ମିଳିଯିବ ନିରୀହ ଆଖି ତାର ଆଶା ବାନ୍ଧିଥାଏ |

ଧିକ୍ରେ ମଣିଷ ଜୀବନ
ଟଙ୍କାଟେ ଦେବାକୁ ନାହିଁ କାହାର ମନ
କିନ୍ନରକୁ ସିନା ଦାନ
ପିଲା ବେଳକୁ ଖୁଚୁରା ନାହିଁ କହିଲେ ଜାଣ ା|

ଲଜ୍ଜ୍ୟା ଲାଗୁନାହିଁ ମଣିଷ ବୋଲାଇବାକୁ
ଟଙ୍କାଟେ ବାହାରୁନି ସାହାଯ୍ୟ କରିବାକୁ,
ଶହ ଶହ ଟଙ୍କା ପକେଟରୁ ବାହାରୁଛି
ମଦ ମାଂସ ପାନ ଗୁଟ୍ଖା ଖାଇବାକୁ |

କଣ ହେବ ଏତିକି ଧନ
ଯଦି ଗରିବ ଅଟଇ ମନ,
କେବେ ଖୁସି ନାହିଁ ସେ ଜୀବନେ
ଯେଉଁଠି ନାହିଁ ଦୟା,କ୍ଷମା ଓ ସହାୟତାର ଗୁଣ |

Published by Dayanidhi Bagartee

I am Dayanidhi Bagartee.I am a Botany lecturer.I also write poems and lyrics.

Leave a comment

Design a site like this with WordPress.com
Get started