ମନରେ ଏକ ଆଶା ଦେଇ
ଗୋଲାପୀ ସାଲୱାର୍ ରେ ସଜେଇ ହୋଇ
ଫୋଟୋଟେ ଦେବି କହିଥିଲ
ତିନିଦିନ ବିତିଗଲା
ଫଟୋ ପାଇବା ଆଶା ମଉଳିଲା
ମିଛ ହେଲା ସିନା କଥା ରଖି ନ ପାରିଲ।
ଜବରଦସ୍ତି ଫଟୋ ମାଗିବିନି
ଦେଲନି କାହିଁକି କହିବିନି
ମାନୁଛି ଭୁଲିଯାଇଥିବ ତୁମେ
ବନ୍ଧୁ ବୋଲି ଯଦି ଭାବୁଥିବ
ମନର ଭାବନାକୁ ଯଦି ବୁଝୁଥିବ
କାରଣ ଦର୍ଶାଇବ ତୁମେ।
ହୃଦୟ ମୋର ସର୍ବଦା ଖୋଲା
ହୃଦୟର ଭାଷାକୁ ମନ କରେ ଢିଲା
ଭାବନାକୁ ସଦା ପ୍ରକାଶ କରେ।
ଏ ପୁଣି ବନ୍ଧୁତ୍ଵର ଭାବନା
ଯା ପାଇଁ ଏତିକି କାମନା
ହେ ପ୍ରିୟା ବୁଝିଯାଅ ସେ ଭାବନାକୁ ଥରେ।